ଅଗଷ୍ଟ ୧୪ ତାରିଖ ସକାଳ ୮ଘଟିକା ସମୟରେ ପାରାଦ୍ଵୀପ ନଗର ନୀଳଚକ୍ର ୟୁଥ୍ କ୍ଳବ୍ ଓ ବିବେକାନନ୍ଦ ୟୁଥ୍ କ୍ଳବ୍ ର ମିଳିତ ଉଦ୍ୟମରେ “ବାଣୀଧାରା” ସୃଷ୍ଟି WADA (We Against Drugs Abuse) ର “SAY NO TO DRUGS” ସଚେତନତା ଉଦ୍ଦେଶ୍ୟରେ ଏକ ସାଇକଲ ଶୋଭା ଯାତ୍ରା ହୋଇ ଅଛି । ସମସ୍ତ ଶୁଭେଚ୍ଛୁ ଏବଂ କ୍ରାନ୍ତିକାରୀ ମାନଙ୍କୁ ଧନ୍ୟବାଦ ୲ ସ୍ଥାନୀୟ କାଉନସିଲରଙ୍କ ପ୍ରତିନିଧି ସମିର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବାଣୀଧାରା ଟ୍ରଷ୍ଟ ର ପରିଚାଳନା ସଦସ୍ୟ ଆଇନଜୀବି ଗତିକୃଷ୍ନ ଶତପଥି ଯୋଗଦେଇ ଏହାର ଉଦେଶ୍ୟ ସହିତ ଏ ଅଞ୍ଚଳର ଯୁବକ ଓ ଛାତ୍ର ଛାତ୍ରୀଙ୍କ ଅନୈତିକ ନିଶା ବିରୋଧରେ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ବିବେକାନନ୍ଦ ୟୁଥ୍ କ୍ଳବ୍ ର ସଭାପତି ଜଗନ୍ନାଥ ହାଲଦାର୍, ଅଜୟ ମିସ୍ତ୍ରୀ (ଉପସଭାପତି) ସାନୁଜ ବଳିୟାରସିଂ, ଏବଂ ନୀଳଚକ୍ର ୟୁଥ୍ କ୍ଲବ୍ ର ସଭାପତି ଦେବ ମଣ୍ଡଳ, ବିଶ୍ବଭୂଷଣ ରାଉତରାୟ, ରାକେଶ ସାହୁ, ପ୍ରକାଶ ବାରିକ ପ୍ରଭୃତି ଶୋଭାଯାତ୍ରାରେ ନେତୃତ୍ୱ ନେଇଥିବା ବେଳେ ଅନେକ ଯୁବକ ଓ ସ୍କୁଲ୍ ଛାତ୍ର ମାନେ ଏହାକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ଅଠରବାଙ୍କି ବିଜୁ ପଟ୍ଟନାୟକ ଉଦ୍ୟାନରେ ଏକ ପଥପ୍ରାନ୍ତ ସଭା ଆୟୋଜନ ପରେ, ଏହାକୁ ସମାରୋପ କରାଯାଇଥିଲା ୲

