ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଲୋଚନାଚକ୍ର ଅନୁଷ୍ଠିତ

Rahamaa College WADA Campaign
WADA Campaign at Rahama College

ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ନିଶା ମୁକ୍ତ ଭାରତ ଅଭିଯାନ” କୁ ଦେଶରେ ସଫଳ ରୂପାୟନ ପାଇଁ ତା ୧୮.୧୧.୨୪ ରିଖରେ ସାରଳା ମହାବିଦ୍ୟାଳୟ ପରିସର, ରାହାମା ଠାରେ କଲେଜର ଛାତ୍ରଛତ୍ରୀ, ଅଧ୍ୟକ୍ଷ, ଆଇନିଜିବୀ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ “ଅବୈଧ ନିଶା ସେବନ ରୋକିବାରେ ଛାତ୍ର ସମାଜର ଭୂମିକା” ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ କଲେଜର ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରୁଥିବା ବେଳେ, ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ, ନବୋଦ୍ୟୋୟ ବିଦ୍ୟାଳୟ ରାହାମା, ମୁଖ୍ୟ ଅତିଥି, ବାଣିଧାର ଅଧ୍ୟକ୍ଷ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, କୁଜଙ୍ଗ ଉପ କାରାଗାରର ଅଧ୍ୟକ୍ଷ ଶ୍ରୀ ଇନ୍ଦ୍ରଜିତ ବିଶ୍ଵାଳ ଅତିଥି ଭାବେ ଭାଗ ଦେଇଥିଲେ। ରାଷ୍ଟ୍ରର ଭବିଷ୍ୟତ ଗଢ଼ିବାକୁ ଛାତ୍ର ଓ ଯୁବ ବର୍ଗର ପ୍ରମୁଖ ଭୂମିକା ଅଛି, ଏଥି ପାଇଁ ଛାତ୍ର ସମାଜ ଏଭଳି ଭୟଙ୍କର ଷଡ଼ଯନ୍ତ୍ରରୁ ଦେଶକୁ ରକ୍ଷା କରିବାକୁ ଜାଗ୍ରତ ହୁଅନ୍ତୁ ବୋଲି ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବାଣୀଧାରାର ସଦସ୍ୟ ମାନେ କାର୍ଯକ୍ରମ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶ୍ରୀ କରୁଣାକର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ଗତିକୃଷ୍ନ ଶତପଥି ସଭା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଉପରୋକ୍ତ ବିଷୟରେ ନିଜ ନିଜର ଭୂମିକା ବିଷୟରେ ମତ ରଖି ,ପ୍ରଶଂସାର ପାତ୍ର ସାଜିଥିଲେ।

ଖବର ରେ…

https://www.facebook.com/share/v/buSo8MJ1exW5pGQA

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *